ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: କାହିଁକି ନବୀନ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ? ଏହାର କାରଣ ସମସ୍ତଙ୍କୁ ଜଣା। ତେବେ ନିକଟରେ ପ୍ରକାଶ ପାଇଛି ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ଦ୍ବାରା କରାଯାଇଥିବା ମୁଡ୍ ଅଫ୍ ଦି ନେସନ ସର୍ଭେର ରିପୋର୍ଟ। କୋଭିଡ-୧୯ ପରିଚାଳନାରେ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ। ଦେଶରେ କୋଭିଡ୍ ପରିଚାଳନାରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ।
ଏହି ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରେ ଥିବା ବେଳେ ଦେଶରେ ଦ୍ବିତୀୟରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଓ ତାଙ୍କ ପରେ ଅଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ଏହା ବାସ୍ତବରେ ସତ। ଦାରିଦ୍ର୍ୟ ଦୂରୀକରଣ ହେଉ କି ମହିଳା ସଶକ୍ତିକରଣ କିମ୍ବା ବିପର୍ଯ୍ୟୟ ପରିଚାଳନା, ଅବା କ୍ରୀଡାରେ ହେଉକି କରୋନା ସମୟରେ ଅକ୍ସିଜେନ ଯୋଗେଇବା ସବୁଥିରେ ମୁଖ୍ୟଭୂମିକା ଗ୍ରହଣ କରି ଏହାକୁ ସଫଳ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଏହାସହ ସେ ସବୁଥିରେ ଶୀର୍ଷରେ ଅଛନ୍ତି।
ଚଳିତ ବର୍ଷ ଜୁନ ରେ ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (UNDP) COVID-19 ପରିସ୍ଥିତି ପରିଚାଳନା ପାଇଁ ଓଡିଶାର ମାଲକାନଗିରି ଜିଲ୍ଲାକୁ ପ୍ରଶଂସା କରିଛି ।