ସନଷ୍ଟାର ଟିଭି ବ୍ୟୁରୋ

ଗୁଜୁରାଟ:ଆଫଗନିସ୍ତାନରେ ଉପୁଜିଥିବା ସାଙ୍ଘାତିକ ପରିସ୍ଥିତି ମଧ୍ୟରେ କାବୁଲରୁ ଭାରତ ଆସୁଛନ୍ତି ଭାରତୀୟ । ବାୟୁସେନାର c-୧୭ ଏୟାରକ୍ରାଫ୍ଟରେ ସୁରକ୍ଷିତ ଭାବରେ ୧୨୦ରୁ ଅଧିକ ଭାରତୀୟଙ୍କୁ ଅଣାଯାଉଛି । ଗତକାଲି ସନ୍ଧ୍ୟାରେ ବାୟୁ ସେନା ଦ୍ୱାରା ପରିଚାଳିତ ଏକ ସ୍ୱତନ୍ତ୍ର ବିମାନ କାବୁଲରେ ପହଞ୍ଚିଥିଲା । ସେଠାରେ ଥିବା ଭାରତୀୟଙ୍କ ସମେତ ଦୂତାବାସ କର୍ମଚାରୀ,ଏବଂ ତାଙ୍କ ପରିବାର ବର୍ଗଙ୍କୁ ଧରି ଉଡାଣ ଭରିଛି ବିମାନ ଏହା ଭିତରେ ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି। ଭାରତୀୟ ମାନେ ଗୁଜୁରାଟ ଜାମନଗର ରେ ଅବତରଣ କରିବା ପରେ ଭାରତ ମାତା କି ଜୟ ବୋଲି ନାରା ଦେଉଥିବାର ଦେଖିବାକୁ ମିଳିଛି। ଏହାସହ ଭାରତ ସୀମାରେ ଆସିକି ପହଞ୍ଚିବା ପରେ ନିଜ ଜୀବନକୁ ନେଇ ଆଶ୍ବସ୍ଥିକର ଅନୁଭବ କରୁଛନ୍ତି ଆଫଗାନିସ୍ଥାନ ଫେରନ୍ତା।