ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର:ଅଗଷ୍ଟ ୧୫ ତାରିଖରେ ସ୍ମାର୍ଟ କାଡର ଶୁଭ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାଦ୍ବାର ରାଜ୍ୟର ୩.୫ କୋଟି ଲୋକ ଉପକୃତ ହେବ ବୋଲି ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୦ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନିଗିରିରେ ଏକ ସମାବେଶରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ଲୋକଙ୍କୁ ବାଣ୍ଟିବେ ।
ଅଗଷ୍ଟ ୧୫ରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ହେଲ୍ଥ କାର୍ଡ ଆରମ୍ଭ କିରଛି । ୨୦୧୮ ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ହିତାଧିକାରୀ ପରିବାରକୁ ସରଳୀକରଣ ପ୍ରକ୍ରିୟାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯିବ । ଓଡ଼ିଶା ସମେତ ସାରା ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲ ଚେନରେ ଚିକିତ୍ସା ସୁବିଧା ମିଳିବ । ମାଲକାନଗିରିରୁ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ଅନ୍ୟ ଜିଲ୍ଲା ଗସ୍ତରେ ଯାଇ କାର୍ଡ ବଣ୍ଟନ କରିବେ ବୋଲି ସୂଚନା ମିଳିଛି । କରୋନା ଭିତରେ ମୁଖ୍ୟମନ୍ତ୍ରୀଙ୍କ ଏ ଗସ୍ତକୁ ରାଜନୈତିକ ମହଲ ବେଶ୍ ଗୁରୁତ୍ୱ ଦେଉଛି ।