ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ଵର: ଭୁବନେଶ୍ଵର ୟୁପିଡିର ହ୍ଵାଇଟ୍ ସ୍ପାଇଡରକୁ ସଫଳତା। ରାଜଧାନୀରୁ ପୁଣି ଧଳା ଜହର ଜବତ। ୨୫୦ ଗ୍ରାମ୍ର ବ୍ରାଉନସୁଗାର ଜବତ କରିଛି କମିଶନରେଟ ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏହା ସହ ୨ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ପୋଲିସ। ତେବେ ଏହି ମାମଲାରେ କିଏ ମାଷ୍ଟରମାଇଣ୍ଡ୍ଏବଂ ଏହାର ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ତଦନ୍ତ କରୁଛି ପୋଲିସ।
ନିତିଦିନ ରାଜ୍ୟରେ ବ୍ରାଉନ ସୁଗାର ଜବତ ହୋଉଛି । ଏହି ବ୍ରାଉନ ସୁଗାର କାରବାରରେ ରୋକ ଲଗାଇବା ପାଇଁ ପୋଲିସ ହ୍ଵାଇଟ୍ ସ୍ପାଇଡର ନାମକ ଏକ ନୂଆ ଅପରେସନ ଆରମ୍ଭ କରିଛି। ପୋଲିସ ଆଖିରେ ଧୂଳି ଦେଇ ମାଫିଆମାନେ ଚୋରା ବ୍ରାଉନସୁଗାର କାରବାର କରୁଛନ୍ତି। ନିକଟରେ ଖୋର୍ଦ୍ଧା ଜିଲ୍ଲାରୁ ଏକ କେଜିରୁ ଉର୍ଦ୍ଧ୍ଵ ବ୍ରାଉନସୁଗାର ଜବତ ହୋଇଥିଲା। ଗତ ଏକ ବର୍ଷ ମଧ୍ୟରେ ୩୮ କେଜିରୁ ଉର୍ଦ୍ଧ୍ଵ ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଛି ଏସଟିଏଫ୍ ଟିମ।