ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ କରୋନା ଗ୍ରାଫ୍ ତଳମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ହେଲେ କମୁନି ମୃତ୍ୟୁ ସଂଖ୍ୟା। ମୃତ୍ୟୁ ସଂଖ୍ୟା ଲାଗୁନି ବ୍ରେକ୍। ଏହାସହ ରାଜ୍ୟରେ କରୋନାଜନିତ ୬୪ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬,୩୬୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ମୃତ୍ୟୁ ସଂଖ୍ୟା ହେଉ ଅବା କରୋନା ସଂକ୍ରମଣ ଖୋର୍ଦ୍ଧା ଜିଲ୍ଲା ସବୁବେଳେ ଆଗରେ ରହୁଛି। ରାଜ୍ୟରେ ଖୋର୍ଦ୍ଧା ରୁ ସର୍ବାଧିକ ୨୭ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିପରି କଟକରୁ ୧୭, ବାଲେଶ୍ୱରରୁ ଓ କେନ୍ଦୁଝରରୁ ୪ଜଣ, ମୟୁରଭଞ୍ଜରୁ ୩ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସେହିଭଳି ଅନୁଗୋଳ, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢ଼େଙ୍କାନାଳ, ଗଞ୍ଜାମ, କେନ୍ଦ୍ରପଡ଼ା, ନୟାଗଡ଼, ଓ ପୁରୀ ଜିଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।