ସନଷ୍ଟାର ଟିଭି ବ୍ୟୁରୋ

ଜାପାନ: ଆଜିର ଦିନ ଭାରତ ଖେଳାଳୀଙ୍କ ପାଇଁ ବେଶ ଗୁରୁତ୍ବ ପୂର୍ଣ୍ଣ। ଆଜି ହେଉଛି ଅଲିମ୍ପିକ୍ସର ୧୬ତମ ଦିନ। ଆଜି ଜାଭେଲିନ ଥ୍ରୋ ର ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ୨ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକ୍। ଜାଭେଲିନରେ ଉଭୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ କଡା ମୁକାବିଲା । ଭାରତର ନୀରଜ ଚୋପଡା ଏବଂ ଅରଶଦ ନଦୀମଙ୍କ ମଧ୍ୟରେ ହେବ ଏହି ଫାଇଟ । ଯାହାକୁ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଉଭୟ ଦେଶର ଲୋକେ । ବାସ୍ତବରେ, ଜାଭେଲିନ୍ ଥ୍ରୋର ଫାଇନାଲରେ ଉଭୟଙ୍କ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ । ଯୋଗ୍ୟତା ପର୍ଯ୍ୟାୟରେ ଉଭୟ ନିଜ ନିଜ ଗୋଷ୍ଠୀର ଶୀର୍ଷରେ ରହି ଫାଇନାଲରେ ପ୍ରବେଶ କରିବାକୁ ଯୋଗ୍ୟତା ମାର୍କ ସୁରକ୍ଷିତ କରିଥିଲେ । ମୋଟ ଉପରେ, ଭାରତର ତାରକା ଖେଳାଳି ନୀରଜ ଚୋପ୍ରା ୮୬.୬୫ ମିଟର ଥ୍ରୋରେ ଶୀର୍ଷରେ ଥିବାବେଳେ ଅରଶଦ ୮୫.୧୬ ମିଟର ସହ ତୃତୀୟ ସ୍ଥାନରେ ରହିଛନ୍ତି । ନୀରଜ ଗ୍ରୁପ୍ ଏରେ ଏବଂ ଆଶରଦ୍ ଗ୍ରୁପ୍ ବିରେ ଥିଲେ । ତେବେ ଏହା ପୂର୍ବରୁ ସ୍ୱର୍ଣ୍ଣ ପଦକ ଜିତିବା ତଥା ଶୁଭେଚ୍ଛା ଜଣାଇଛନ୍ତି ବାଳୁକା ଶିଳ୍ପୀ ମାନସ ସାହୁ ।