ସନଷ୍ଟାର ଟିଭି ବ୍ୟୁରୋ

ସମ୍ବଲପୁର:ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ଏମସିଏଲର ଆନନ୍ଦ ବିହାର କ୍ୟାମ୍ପସରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ବିଳମ୍ବିତ ରାତିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହାଫଳରେ ଆନନ୍ଦ ବିହାର କ୍ୟାମ୍ପସରେ ଥିବା ନିଶିଗନ୍ଧା ହଲ୍ ଜଳିଯାଇଥିବା ଜଣାଯାଇଛି। ତେବେ ଏସଂପର୍କରେ ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ନିଶିଗନ୍ଧା ହଲ୍ ଜଳିଯାଇଥିଲା। ଏହି ଅଗ୍ନି କାଣ୍ଡରେ କାହାର ମୃତ୍ୟୁ ହୋଇ ନଥିବାର ସୂଚନା ମିଳିଛି ।