ସନଷ୍ଟାର ଟିଭି ବ୍ୟୁରୋ

ଚଣ୍ଡିଗଡ଼: ଆଜି ମହିଳା ହକି ଦଳ ବୋଞ୍ଜ ପଦକ ପାଇଁ ଲଢ଼ିଥିଲେ ହେଲେ ଅଧାରେ ରହିଗଲା ତାଙ୍କର ସ୍ବପ୍ନ। ବହୁତ ରୋମାଞ୍ଚକପୂର୍ଣ୍ଣ ଥିଲା ଆଜିର ଖେଳ । ଖେଳରେ ସିନା ହାରିଲେ ହେଲେ କିଣି ନେଲେ ହଜାର ହଜାର ଲୋକଙ୍କ ହୃଦୟ। ଦଳର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ହରିଆଣା ସରକାର ତାଙ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ମହିଳା ଖେଳାଳିଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ହରିଆଣା ସରକାର। ରାଜ୍ୟସରକାରଙ୍କ ପକ୍ଷରୁ ଦଳରେ ଥିବା ହରିଆଣାର ପ୍ରତ୍ୟେକ ଖେଳାଳିଙ୍କୁ ୫୦ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଶୁକ୍ରବାର ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି। ତେବେ ଟୋକିଓ ଅଲିମ୍ପିକ୍ସକୁ ଯାଇଥିବା ମହିଳା ହକି ଦଳରେ ହରିଆଣାର ୯ଜଣ ଖେଳାଳି ରହିଛନ୍ତି। ସେହିପରି ଦଳର ଅଧିନାୟକ ରାନୀ ରାମପାଲ ମଧ୍ୟ ହରିୟାଣାର ବୋଲି ଜଣାପଡ଼ିଛି।