ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ୍ସର ୧୫ତମ ଦିନ। ଭାରତର ତାରକା ରେସଲର ବଜରଙ୍ଗ ପୁନିଆ ଫାଇନାଲ ପାଇଁ ଦୌଡ଼ରୁ ବାହାରି ଯାଇଛନ୍ତି। ସେମିଫାଇନାଲ ମ୍ୟାଚରେ ସେ ହାଜି ଏଲିଏଭଙ୍କୁ ଭେଟିଥିଲେ। ହାଜି ଏଲିଏଭଙ୍କ ଠାରୁ ହାରିଲେ ବଜରଙ୍ଗ। ବର୍ତ୍ତମାନ ସେ ବ୍ରୋଞ୍ଜ ପଦକ ପାଇଁ ଦୌଡ଼ରେ ଅଛନ୍ତି। ଏଥି ସହିତ ଗଲ୍ଫର ଆଦିତି ଅଶୋକ ମଧ୍ୟ ପଦକ ପାଇବାକୁ ଆଶା ବଢାଇଛନ୍ତି। ତୃତୀୟ ରାଉଣ୍ଡ ପରେ ଆଦିତି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ମ୍ୟାଚର ଚତୁର୍ଥ ତଥା ଅନ୍ତିମ ରାଉଣ୍ଡ ଶନିବାର ଖେଳାଯିବ। ଏହାସହ ମହିଳା ହକି ଦଳ ବ୍ରୋଞ୍ଜ ପଦକ ଜିତିବାରେ ଅସଫଳ ହୋଇଛନ୍ତି।