ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଏବଂ ଆଫଗାନିସ୍ତାନ ସେନା ମଧ୍ୟରେ ଲାଗି ରହିଛି ବିବାଦ। ଏହି ବିବାଦ ବର୍ତ୍ତମାନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନ ସେନା ୩୦୦ ରୁ ଅଧିକ ତାଲିବାନଙ୍କୁ ହତ୍ୟା କରିଥିବାବେଳେ ୧୨୫ ରୁ ଅଧିକ ଆହତ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସେନା ନଙ୍ଗରହର, ଲାଗମାନ, ଗଜନୀ, ପାକ୍ଟିକା, କାନ୍ଦାହାର, ଜାବୁଲ, ହେରାଟ, ଜୋଜାନ, ସାମଗାନ, ଫରିୟାବ, ସର-ପୋଲ, ହେଲମାଣ୍ଡ, ନିମ୍ରୁଜ, କୁଣ୍ଡୁଜ, ବାଗଲାନ୍ ଏବଂ କପିସାରେ ସେନା ଅପରେସନ ଜାରି ରଖିଛି ।
ପାକିସ୍ତାନ ସହାୟତାରେ ଆଫଗାନିସ୍ତାନରେ ଆତଙ୍କବାଦ ବିସ୍ତାର କରୁଥିବା ଜଣାପଡୁଛି। ତାଲିବାନ ଦେଶର ଅଧିକାଂଶ ଅଂଶ ଦଖଲ କରିଛି । ଆମେରିକାର ସୈନ୍ୟ ପ୍ରତ୍ୟାହାର ସହିତ ଦେଶର ବାଗଡୋର୍ ତାଲିବାନଙ୍କ ହାତକୁ ଯାଉଥିବାର ଦେଖାଯାଉଛି । ତେବେ ଆଫଗାନିସ୍ତାନ ସେନାର ପ୍ରତିବାଦ ଏଠାରେ ଗୃହଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି କରିଛି । ସୂଚନାଅନୁସାରେ ଆଫଗାନିସ୍ତାନର କାର୍ଯ୍ୟନିର୍ବାହୀ ପ୍ରତିରକ୍ଷା ମନ୍ତ୍ରୀ ବିସ୍ମିଲ୍ଲା ଖାନ ମହମ୍ମଦଙ୍କୁ ମଧ୍ୟ ଟାର୍ଗଟେ କରିଥିଲା ତାଲିବାନ। । ତାଙ୍କ ଘରକୁ ଆକ୍ରମଣ କରାଯାଇଥିଲା, କିନ୍ତୁ ସେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ଘରେ ନଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ବିସ୍ମିଲ୍ଲା ଖାନ ମହମ୍ମଦ ।