ସନଷ୍ଟାର ଟିଭି ବ୍ୟୁରୋ

କୋଲକତା: କରୋନା ଟିକା ଅଭାବକୁ ନେଇ ପୁଣି ଥରେ ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ପରିପ୍ରେକ୍ଷୀରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଏକ ଚିଠି ଲେଖିଥିବାର ଜଣାପଡିଛି । ସେ କହିଛନ୍ତି ଯେ, ଯଦି ପଶ୍ଚିମବଙ୍ଗରେ ଟିକା ଯୋଗାଣ ବୃଦ୍ଧି ନ ହୁଏ ତେବେ କୋଭିଡ ମହାମାରୀର ଅବସ୍ଥା ଅଧିକ ଗୁରୁତର ହୋଇପାରେ।ପଶ୍ଚିମବଙ୍ଗରେ ବର୍ତ୍ତମାନ କରୋନା ସ୍ଥିତି କିଛି ଖାସ ଭଲ ନାହିଁ। ସୂଚନାଯୋଗ୍ୟ, ମମତା ବାନାର୍ଜୀ ନିକଟରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ମଧ୍ୟ କରୋନା ଟିକା ଅଭାବ ପ୍ରସଙ୍ଗ ଉଠାଇଥିଲେ ଏବଂ କରୋନା ଟିକା ମାତ୍ରାକୁ ବଢ଼ାଇବା ପାଇଁ ମଧ୍ୟ କହିଥିଲେ ।
କରୋନାର ତୃତୀୟ ଲହରର ବିପଦକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଜି ଗ୍ଲୋବାଲ ଆଡଭାଇଜରୀ ବୋର୍ଡର ଏକ ବୈଠକ କରିଛନ୍ତି। ଏହି ସଭାରେ ନୋବେଲ ବିଜେତା ଅଭିଜିତ ବାନାର୍ଜୀ ମଧ୍ୟ ଉପସ୍ଥିତ ରହିଥିଲେ। ଏଂବ ଏହି ବୈଠକ ରେ ପୁର୍ନବାର ବିଦ୍ୟାଳୟ ଖୋଲିବା ନେଇ ମଧ୍ୟ ଆଲୋଚନା କରାଯାଇଛି।