ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ପ୍ରମୁଖ ପରାମର୍ଶଦାତା ପଦବୀରୁ ଇସ୍ତଫା ଦେଇଛନ୍ତି ପ୍ରଶାନ୍ତ କିଶୋର । ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ପ୍ରଶାନ୍ତ କିଶୋର କହିଛନ୍ତି, ଜନସାଧାରଣଙ୍କ ଜୀବନରେ ସକ୍ରିୟ ଭୂମିକାରୁ ସେ ସାମହିକ ଅବ୍ୟାହତି ନେବାକୁ ଇଚ୍ଛୁକ।
ପ୍ରଶାନ୍ତ କିଶୋର କହିଛନ୍ତି, ସର୍ବସାଧାରଣଙ୍କ ଜୀବନରୁ ସକ୍ରିୟ ଭୂମିକା ନେବାରୁ ସାମୟିକ ଅବ୍ୟାହତି ନେବା ନିମନ୍ତେ ମୋର ନିଷ୍ପତ୍ତି ଦୃଷ୍ଟିରୁ ମୁଁ ଆପଣଙ୍କର ପ୍ରମୁଖ ପରାମର୍ଶଦାତା ଦାୟିତ୍ବ ତୁଲାଇବା ପାଇଁ ସମର୍ଥ ନୁହେଁ ବୋଲି ଆପଣ ଜାଣନ୍ତି। ମୋ ଭବିଷ୍ୟତ କାର୍ଯ୍ୟପନ୍ଥା ସଂକ୍ରାନ୍ତରେ ବି କିଛି ସ୍ଥିର କରିନାହିଁ। ତେଣୁ, ପ୍ରମୁଖ ପରାମର୍ଶଦାତା ଦାୟିତ୍ବରୁ ଅବ୍ୟାହତି ଦେବା ନିମନ୍ତେ ଅନୁରୋଧ କରି ଏ ପତ୍ର ଲେଖୁଛି।
ସେପଟେ, ରାଜନୈତିକ ପରିସରରେ ଚର୍ଚ୍ଚା ଚାଲିଛି ଯେ, ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଉଛନ୍ତି। ଗତ ମାସରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ପ୍ରଶାନ୍ତ କିଶୋରଙ୍କ ବୈଠକରେ ଯୋଗ ଦେଇଥିଲେ। ଯାହାର ଫଳ ସ୍ବରୁପ ସେ ତାଙ୍କ ଦାଇତ୍ବରୁ ଅବ୍ୟାହତି ନେବା ପାଇଁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସୂଚନା ସାମ୍ନାକୁ ଆସି ନାହିଁ, ତେବେଏହା ଅନୁମାନ କରାଯାଉଛି ଯେ ସେ କଂଗ୍ରେସରେ ଯୋଗ ଦେଇପାରନ୍ତି।