ସନଷ୍ଟାର ଟିଭି ବ୍ୟୁରୋ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଗସ୍ତରେ ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନବରଙ୍ଗପୁର ଜିଲ୍ଲା ସ୍ଥିତ ଝରିଗାଁ ଠାରେ ଆୟୋଜିତ କର୍ମୀ ଯୋଗଦେଇଥିଲେ ପ୍ରଣବ। ସେଠାରେ ବିଜେଡିରେ ନୂଆ କରି ଯୋଗଦେଇଥିବା କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ। ଏଧିସହ ସମସ୍ତଙ୍କୁ ନେଇ ଦଳ କିପରି ସୃଦୁଢ଼ ହୋଇପାରିବ ସେନେଇ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ପ୍ରଣବ। ଏହି କାର୍ଯ୍ୟକ୍ରମରେ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।