ସନଷ୍ଟାର ଟିଭି ବ୍ୟୁରୋ

ରାଜନଗର: ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । କରୋନା ମହାମାରୀ ପାଇଁ ଦୀର୍ଘ ୩ ମାସରୁ ଉର୍ଦ୍ଧ୍ବ ହେବ ବନ୍ଦ ଥିଲା ଭିତରକନିକା । କିନ୍ତୁ ବର୍ତ୍ତମାନ କରୋନା ସଂକ୍ରମଣର କମିବା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ବର୍ତ୍ତମାନ କେବଳ ଦିନ ବେଳା ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ରହିବ ଭିତରକନିକା। ଲୋକ ମାନେ କେବଳ ଦିନ ବେଳା ଭ୍ରମଣ କରିପାରିବେ । ରାତ୍ରି ଯାପନ ପାଇଁ ଅନୁମତି ଦିଆଯାଇ ନାହିଁ । ଭିତରକନିକା ପ୍ରବେଶ କରିବା ପାଇଁ ହେଲେ ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି ପ୍ରବେଶ ପଥ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ ବୋଲି ଜଣାପଡିଛି ।
ଭିତରକନିକା ଅଭୟାରଣ୍ୟ ଖୋଲିବା ସହିତ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କ ପାଇଁ କିଛି ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । କରୋନା ଗାଇଡଲାଇନ ପାଳନ କରିବା ବାଧ୍ୟତାମୂଳକ। କୌଣସି ହୋଟେଲ କିମ୍ବା ଲଜ୍ରେ ରାତ୍ରୀଯାପନ କରିପାରିବେ ନାହିଁ ପର୍ଯ୍ୟଟକ । କୋଭିଡ ନିୟମ ଉଲ୍ଲଂଘନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।