ସନଷ୍ଟାର ଟିଭି ବ୍ୟୁରୋ

ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତ ଦନ୍ତେୱାଡା ଜିଲ୍ଲାରେ ନକ୍ସଲଙ୍କର ବର୍ବର କାଣ୍ଡ। ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଗୋଟିଏ ବୋଲେରୋକୁ ଛିନ୍ନଭିନ୍ନ କରିଦେଇଛନ୍ତି । ଏହି ବିସ୍ଫୋରଣରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।
ସୂଚନାନୁଯାୟୀ, ମାଲକାନଗିରି ଛତିଶଗଡ ସିମାନ୍ତ ଦନ୍ତେୱାଡା ଜିଲ୍ଲାରେ ନକ୍ସଲମାନେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି। ନକ୍ସଲମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଏକ ରାତ୍ରୀବାହି ବସ୍ ଉଡ଼ାଇଦେଇଛନ୍ତି। ଏଥିରେ ଥିବା ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦନ୍ତେୱାଡା ଏସପି ଅଭିଷେକ ପଲ୍ଲଭଙ୍କ ସହ ଡିଆରଜି ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତମାନଙ୍କୁ ଦନ୍ତେୱାଡା ମେଡିକାଲ ପଠାଯାଇଛି । ଘଟିଆ ରାସ୍ତାରେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଏହି ଲ୍ୟାଣ୍ଡମାଇନ୍ ଲଗାଇଥିଲା ବୋଲି ସନ୍ଦେହ କରାଯାଉଛି । ଏହି ବିସ୍ଫୋରଣ ପରେ ଘଟଣାସ୍ଥଳରେ କୁମ୍ଵିଂ ଅପରେସନ ଜୋରଦାର କରାଯାଇଛି।