ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର:କମୁନି କରୋନ ଏପଟେ ବଢ଼ିଚାଲିଛି ଡେଙ୍କୁ। କରୋନା ଆତଙ୍କ ଥମିନଥିବା ବେଳେ ଏବେ ରାଜଧାନୀ ବାସୀଙ୍କୁ ଡରାଇଛି ଡେଙ୍ଗୁ। ରାଜଧାନୀ ଭୁବନେଶ୍ୱରରେ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି ଡେଙ୍ଗୁ। ଗୋଟିଏ ଦିନରେ ୫୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ବିଏମସିର ଚିନ୍ତା ବଢାଉଛି ଡେଙ୍ଗୁ। ନୂଆ ୫୦ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୭୧୪କୁ ବୃଦ୍ଧି ପାଇଛି। କ୍ରମାଗତ ଭାବରେ ଭୁବନେଶ୍ୱରର ଡେଙ୍ଗୁ ପ୍ରବଣ ଅଞ୍ଚଳରେ ସଫେଇ ଓ ସଚେତନନତା କାର୍ଯ୍ୟକ୍ରମ ପରେ ବି ରାଜଧାନୀରେ ଡେଙ୍ଗୁ ବେକାବୁ ହେବାରେ ଲାଗିଛି।