ସନଷ୍ଟାର ଟିଭି ବ୍ୟୁରୋ

ଟୋକିଓ: ଅଲିମ୍ପିକ କୁ ଖେଳର ମହାକୁମ୍ଭ ବୋଲି କୁହାଯାଏ। ହେଲେ ଅଲିମ୍ପିକରେ ବସି ସ୍ବେଟର୍ ବୁଣିବାର କଥାଟି ଟିକେ ଅଜବ ଲାଗୁଥାଇପାରେ। ହେଲେ ଏହା ସତ୍ୟ। । ବର୍ତ୍ତମାନ ଏହି ଫଟୋ ଗୁଡିକ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଯାହାଙ୍କ ଫଟୋ ଭାଇରାଲ ହେଇଛି ସେ ହେଉଛନ୍ତି ବ୍ରିଟେନର ଅଲିମ୍ପିକ ଚାମ୍ପିଅନ ଡାଇଭର ଟମ ଡେଲେ। ଟମ ଏଥର ପୁରୁଷ ୧୦ ମିଟର ସିଙ୍କ୍ରୋନାଇଜଡ ପ୍ଲାଟଫର୍ମ ଡ୍ରାଇଭିଂରେ ଟମ ମ୍ୟାଟି ଲିଙ୍କ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହା ପରେ ସେ ମହିଳା ୩ ମିଟର ସ୍ପ୍ରିଙ୍ଗବୋର୍ଡ ଫାଇନାଲରେ ଦର୍ଶକଙ୍କ ମଧ୍ୟରେ ସ୍ବେଟର୍ ବୁଣୁଥିବାର ନଜର ଆସିଥିଲେ। ୨୭ ବର୍ଷୀୟ ଟମ ତାଙ୍କ ଇଂଲଣ୍ଡ ଦଳର ଜର୍ସି ପିନ୍ଧି ଷ୍ଟାଣ୍ଡରେ ବସିଥିଲେ। ଏହି ଇଭେଣ୍ଟରେ ଖେଳାଳିଙ୍କ ଅପେକ୍ଷା ଅଧିକ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ତାଙ୍କର ଏହି ଫଟୋକୁ ଲୋକ ମାନେ ଖୁବ ପ୍ରଶଂସା କରୁଛନ୍ତି। ଟମ୍ ନିଜର ସ୍ବର୍ଣ୍ଣ ପଦକ ରଖିବା ପାଇଁ ଏକ କଭର ମଧ୍ୟ ଉଲ୍ରେ ବୁଣିଛନ୍ତି। ତିନିଥର ବିଶ୍ୱ ଚାମ୍ପିଅନ ଟମ ୨୦୧୨ ଲଣ୍ଡନ ଏବଂ ୧୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।
ମିଳିଥିବା ସୂଚନା ଅନୁସାରେ ଡିସେମ୍ବର ୨୦୧୩ରେ ଟମ ଏକ ୟୁଟ୍ୟୁବ ଭିଡିଓ ଜାରି କରି ସେ ଜଣେ ପୁରୁଷଙ୍କ ସହ ଅଛନ୍ତି ବୋଲି ଘୋଷଣା କରିଥିଲେ । ଟମ ଆମେରିକୀୟ ଓସ୍କାର ବିଜେତା ଚଳଚ୍ଚିତ୍ର ସ୍କ୍ରିନ ରାଇଟର୍, ନିର୍ଦ୍ଦେଶକ ତଥା ନିର୍ମାତା ଡଷ୍ଟିନ ଲାନ୍ସ ବ୍ଲାକଙ୍କ ସହିତ ଅକ୍ଟୋବର ୨୦୧୫ରେ ନିର୍ବନ୍ଧ କରିଥିଲେ ଏବଂ ଉଭୟ ୨୦୧୭ରେ ବିବାହ କରିଥିଲେ।