ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍ସ୍ତରରେ ଆଣିଛନ୍ତି ପରିବର୍ତ୍ତନ। ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ରଶ୍ମିରଞ୍ଜନ ନାୟକଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଆଉ ୪ ଓଏଏସ୍ଙ୍କୁ ବି ବଦଳି କରାଯାଇଛି ।
ଢେଙ୍କାନାଳର ପିଡି ଡିଆରଡିଏ ଥିବା ନରୋତ୍ତମ ବେହେରାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ମିଳିଛି । ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ତଥା ମୋ କଲେଜ ଓଏସ୍ଡି ଶାନ୍ତନୁ କୁମାର ମହାନ୍ତିଙ୍କୁ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଢେଙ୍କାନାଳ ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ଢେଙ୍କାନାଳ ପିଡି ଡିଆରଡିଏ ଭାବେ ନିଯୁକ୍ତି ମିଳିଛି । ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତାଙ୍କ ଓଏସ୍ଡି ଅମିୟ କୁମାର ରାଉତଙ୍କୁ ମୋ କଲେଜର ସ୍ୱତନ୍ତ୍ର ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।