ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରଭାବରୁ ଦୀର୍ଘ ୩ ମାସ ଧରି ମୋ’ ବସ୍ ସେବା ବନ୍ଦ ରହିବା ପରେ ଗତକାଲି ଠାରୁ ରାଜ୍ୟର ସବୁ ରୁଟରେ ବସ ଗଡ଼ିବା ନେଇ କୃଟ୍ ପକ୍ଷରୁ ଘୋଷଣା କରାଯାଇଥିଲା। ହେଲେ ଆଜି ସକାଳୁ ଏହାର ଠିକ ଓଲଟା ଦେଖିବାକୁ ମିଳିଛି। ବସ ଚଳାଇବା ଦୂର ରାଜରାସ୍ତାରେ ଧାରଣାରେ ବସିଛନ୍ତି ବସ ମାଲିବ। ଦରମା ବୃଦ୍ଧି ଦାବିରେ ଆନ୍ଦୋଳନ କରିଛନ୍ତି ମୋ ବସ୍ ଡ୍ରାଇଭର । ପରିଣାମ ସ୍ବରୁପ ଆଜି ବସ୍ ଚଳାଚଳରେ ବାଧାପ୍ରାପ୍ତ ହୋଇଛି। ଏହାପାଇଁ କୃଟ୍ କର୍ତ୍ତୃପକ୍ଷ ତରଫରୁ ସୂଚନା ଦିଆଯାଇଛି।
ଡ୍ରାଇଭର ମାନଙ୍କ ମାସିକ ଦରମା ବୃଦ୍ଧିକୁ ନେଇ ଆନ୍ଦୋଳନରେ ବସିଛନ୍ତି ବସ ଚାଳକ। ୧୨ ହଜାର ଟଙ୍କା ଥିବା ବେଳେ ଏହାକୁ ବୃଦ୍ଧି କରି ୧୮ ହଜାର ଟଙ୍କା କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଅନ୍ୟପଟେ ଦାବି ପୂରଣ ନହେବା ଯାଏଁ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି।