ସନଷ୍ଟାର ଟିଭି ବ୍ୟୁରୋ
କେନ୍ଦ୍ରାପଡ଼ା : କରୋନା ପାଇଁ ରାଜ୍ୟ ରେ ଲକ ଡାଉନ ପ୍ରକ୍ରିୟା ଜାରି ରହି ଥିଲା। କିନ୍ତୁ କାଲି ରାଜ୍ୟ ସରକାର କୋଭିଡ ଗାଇଡ଼ ଲାଇନ ରେ ପରିବର୍ତ୍ତନ ଆଣିବା ପରେ ରାଜ୍ୟ ରେ ଅନ ଲକ ପ୍ରକ୍ରିୟା ଆରମ୍ଭ ହେଇଛି। ସବୁ ଠାରୁ ଖୁସିର କଥା ପର୍ଯ୍ୟଟକଙ୍କ ପାଇଁ ଯେ ଦୀର୍ଘ ୩ ମାସର ବ୍ୟବଧାନ ପରେ ଆସନ୍ତା ୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।
ଏହା ସହ କୋଭିଡ୍ ଗାଇଡ୍ଲାଇନ ଭିତରେ ପର୍ଯ୍ୟଟକମାନେ ଭିତରକନିକା ବୁଲିପାରିବେ। ରାଜ୍ୟ ସରକାର ଅଗଷ୍ଟରେ ଅନ୍ଲକ୍ ଘୋଷଣା କରିବା ପରେ ଜିଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ମାସ୍କ ନ ପିନ୍ଧିଲେ ପ୍ରବେଶ ଅନୁମତି ମିଳିବ ନାହିଁ। ଭିତରେ ସମସ୍ତେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ନିର୍ଦ୍ଦେଶ ରହିଛି।