ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର:ରାଜ୍ୟରେ କରୋନା ସମ୍ପୂର୍ଣ୍ଣ ସମାପ୍ତି ହୋଇ ନାହିଁ। କୋଭିଡ ଲାଇନକୁ ପାଳନ କରାଯିବା ଆବଶ୍ୟକ। ନୂତନ ନିୟମ ଅନୁସାରେ ଖୋଲିବ ମଲ୍ ଏବଂ ଦୋକନ। କିନ୍ତୁ ସମାବେଶକୁ ମନା କରାଯାଇଛି। ରାଜ୍ୟରେ କୌଣସି ବାଣିଜ୍ୟମେଳା କିମ୍ବା ଶୋଭାଯାତ୍ରା କରାଯିବ ନାହିଁ। ଖୋଲା ରହିବ ପାର୍କ ଏବଂ ସମୁଦ୍ର କୂଳ। ୫୦ ପ୍ରତିଶତ କ୍ଷମତା ରେ ଖୋଲା ଯିବ ମଲ, ଢ଼ାବା , ରେସ୍ତୁରାଣ୍ଟ ଏବଂ ସିନେମାହଲ । କୋଭିଡ ଗାଇଡ ଲାଇନ ସହ ଖୋଲାଯିବ ଶିକ୍ଷାନୁଷ୍ଠାନ ଏବଂ କୋଚିଙ୍ଗ ସେଣ୍ଟର । କୋଭିଡ ର ଦୁଇଟି ଡୋଜ ନେଇଥିବା ନାଗରିକ ମାନେ କେବଳ ସିନେମାହଲ, ମଲ ଆଦି ଯାଇ ପାରିବେ। ଏହାର ସମ୍ପୁର୍ଣ୍ଣ ଦାଇତ୍ବ ମଲର ମାଲିକ ଏବଂ ଥିଏଟର ମାଲିକଙ୍କୁ ଦିଆଯାଇଛି। ଏହାସହ ଖୋଲାଯିବ ମନ୍ଦିର ଏବଂ ଧର୍ମାନୁଷ୍ଠାନ। ଲୋକ ମାନେ ମନ୍ଦିର ଯାଇ ପାରିବେ କିନ୍ତୁ ସେଠାରେ ଭୋଗ କିମ୍ବା ଖାଦ୍ୟ ବଣ୍ଟନ କରିପାରିବ ନାହିଁ। ଏହାସହ ଖୋଲାଯିବ ନନ୍ଦନ କାନନ ଏବଂ ସୁଇମିଙ୍ଗ ପୁଲ। ଏହାବାଦ ୫୦ ପ୍ରତିଶତ କ୍ଷମତା ରେ ହେବ ଯାତ୍ରା ଏବଂ ଅପେରା। ଏହାସହ ପୂର୍ବ ପରି ସାପ୍ତାହିକ ହାଟ ମଧ୍ୟ ଚାଲୁ ରହିବ । ଏବଂ ରାଜ୍ୟରେ ବସ ସେବା ଆଗପରି ଚାଲୁ ରହିବ।