ସନଷ୍ଟାର ଟିଭି ବ୍ୟୁରୋ

କଟକ: ପ୍ରକାଶ ପାଇଲା ପିଜି ପରୀକ୍ଷା ସୁଚୀ। ଏହି ସୂଚୀରେ ପରୀକ୍ଷା ପାଇଁ ଆବେଦନ କରିବା ଠାରୁ ସ୍ପଟ ଆଡମିଶନ ପର୍ଯ୍ୟନ୍ତ ସମସ୍ତ ସୂଚନା ଦିଆଯାଇଛି। ଆସନ୍ତା ଅଗଷ୍ଟ ମାସ ୨ ତାରିଖ ଠାରୁ ଅନ ଲାଇନରେ ଉପଲବ୍ଧ ହେବ ପିଜି କମନ ଆପଲିକେସନ୍ ର ଫର୍ମ। ନିବେଦନର ଶେଷ ତାରିଖକୁ ୧୪ ତାରିଖ ବୋଲି ଧାର୍ଯ୍ୟ କରାଯାଇଛି। ସେହିପାରି ଅଗଷ୍ଟ ମାସ ୨୦ତାରିଖରେ ହଲ୍ ଟିକେଟ ଉବଲବ୍ଧ କରାଯିବ । ଅଗଷ୍ଟ ମାସ ୨୩ ତାରିଖରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ପିଜି ପରୀକ୍ଷା ଅନୁଷ୍ଠିତ କରାଯିବ। ସେହିପରି ଅକ୍ଟେବର ମାସ ୧୨ ତାରିଖ ସୁଦ୍ଧା ମେରିଟ ଲିଷ୍ଟ ପ୍ରକାଶ କରାଯିବ। ଅକ୍ଟେବର୨୨ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ କରାଯିବ। ୨୨ରୁ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ କରାଯିବ। ସେହିପରି ନଭେମ୍ବର ୪ରେ ଦ୍ବିତୀୟ ମେରିଟ ଲିଷ୍ଟ ପ୍ରକାଶ କରାଯିବ ଏବଂ ନଭେମ୍ବର ୫ ରୁ ୯ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନାମ ଲେଖା କରାଯିବ। ଏହାସହ ଯଦି ସିଟ ଖାଲି ରହିଲା ତେବେ ସ୍ପଟ ଆଡମିଶନ ପାଇଁ ନଭେମ୍ବର୧୨ ତାରିଖରେ ସୂଚନା ପ୍ରକାଶ କରାଯିବ। କରୋନା ପାଇଁ ଚଳିତ ବର୍ଷ ପିଜି ଆଡମିଶନ ଏବଂ ପାଠପଢ଼ାରେ ବିଳମ୍ବ ହୋଇଛି।