ସନଷ୍ଟାର ଟିଭି ବ୍ୟୁରୋ

କର୍ଣ୍ଣାଟକ: ସୋମବାର ବିଏସ୍ ୟେଡିୟୁରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଏବଂ ମଧ୍ୟାହ୍ନ ଭୋଜନ ପରେ ସେ ରାଜ୍ୟପାଳଙ୍କୁ ଭେଟିବେ ଏବଂ ତାଙ୍କ ଇସ୍ତଫା ହସ୍ତାନ୍ତର କରିବେ ବୋଲି କହିଛନ୍ତି। କର୍ଣ୍ଣାଟକ ର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ମଧ୍ୟାହ୍ନ ଭୋଜନ ପରେ ମୁଁ ରାଜ୍ୟପାଳଙ୍କୁ ଭେଟିବି। ଲିଙ୍ଗାୟତ ସମ୍ପ୍ରଦାୟର ଆଧାରରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଡିୟୁରପ୍ପାଙ୍କ ଇସ୍ତଫା ନେଇ କର୍ଣ୍ଣାଟକ ପୂର୍ବରୁ ଗୁଜବ ସୃଷ୍ଟି କରାଯାଇଥିଲା । ଗତ ସପ୍ତାହରେ ୟେଡିୟୁରପ୍ପା ନୂଆଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଏବଂ ରାଜନାଥ ସିଂଙ୍କୁ ଭେଟି ଥିଲେ । ନୂଆଦିଲ୍ଲୀରୁ ଫେରିବା ପରେ ୟେଡିୟୁରପ୍ପା ନିଜେ ତାଙ୍କ ପ୍ରସ୍ଥାନ ବିଷୟରେ ସୂଚନା ଦେଇଥଲେ। ଏବଂ କହିଥିଲେ ଦଳର ନିର୍ଦ୍ଦେଶ ଅନୁଯାୟୀ ସେ କାର୍ଯ୍ୟ କରିବେ। ଏହାସହ ବର୍ତ୍ତମାନ ର ସୂଚନା ଅନୁସାରେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ବୋଲି ସୂଚନା ଦେଇଛନ୍ତି।