ସନଷ୍ଟାର ଟିଭି ବ୍ୟୁରୋ

ସମ୍ବଲପୁର: ରାଜ୍ୟରେ ଳଗାଣ ବର୍ଷା ହେଉଥିବାରୁ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି। ଲଘୁଚାପ ପ୍ରଭାବରେ ଶନିବାର ଠାରୁ ଜଳପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୦୮.୦୬ ଫୁଟ୍କୁ ପହଞ୍ଚିଥିବା ବେଳେ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୨୬ ହଜାର ୧୯ କ୍ୟୁସେକ ପାଣି ପ୍ରବେଶ କରୁଥିଲା । ଏହି ପରିସ୍ଥିତିକୁ ଦେଖି ଗତକାଲି ହୀରାକୁଦ ୪ଟି ଗେଟ୍ ଖୋଲିଥିବା ବେଳେ ଆଜି ପୁଣି ଆଉ ୨ଟି ଗେଟ୍ ଖୋଲିଛି। ବର୍ତ୍ତମାନ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ଜଳସ୍ତର ୬୦୯.୫୨ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୭ ହଜାର ୬୨୯ କ୍ୟୁସେକ ଜଳ ପ୍ରବେଶ ହେଉଥିବାର ସୂଚନା ମିଳୁଛି।