ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ : ସ୍ବାମୀ ରାଜ କୁନ୍ଦ୍ରା ଅଶ୍ଳିଳ ଭିଡିଓ ନିର୍ମାଣ ମାମଲାରେ ଛନ୍ଦି ହେବା ପରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସମ୍ପୃକ୍ତି ଏବେ ସନ୍ଦେହ ଘେରରେ। ଜୁଲାଇ ୧୯ରେ ରାଜ୍ଙ୍କୁ ପୋଲିସ ଗିରଫ କରି ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ତାଙ୍କ ପୋଲିସ ହେପାଜତ ଅବଧିକୁ ଜୁଲାଇ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ବର୍ତ୍ତମାନ ଏଥିରେ କିଛି ନୂଆ ତଥ୍ୟ ସାମ୍ନା କୁ ଆସିଛି।ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କର ବିରୋଧ ରେ 4 ଜଣ କର୍ମଚାରୀ ଅଶ୍ଳୀଳ ର୍ୟାକେଟ୍ ମାମଲାରେ ସାକ୍ଷୀ ଦେଇଛନ୍ତି ଯେଉଁଥିରେ ସେ ଏହି ଅଶ୍ଳିଳ ଭିଡିଓ ମାମଲା ରେ ସମ୍ପୃକ୍ତ ଥିବାର ପ୍ରାମାଣ କରୁଛି ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି ।