ସନଷ୍ଟାର ଟିଭି ବ୍ୟୁରୋ

ପୁରୀ: ସରିଲା ମହାବାହୁଙ୍କ ଘୋଷଯାତ୍ରା । ଗତକାଲି ନିଳାଦ୍ରୀବିଜେ ପରେ ଆଜି ପ୍ରଥମ ଥର ପାଇଁ ଭକ୍ତମାନେ ପାଇବେ ନୀଳାଚଳ ଅବଢ଼ା । କରୋନା କଟକଣା ପାଇଁ ଭକ୍ତ ମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା। ଏଥିପାଇଁ ଶ୍ରୀମନ୍ଦିର ଉତ୍ତରଦ୍ଵାର ନିକଟରେ ଏକ ଅସ୍ଥାୟୀ ଟେଣ୍ଟରେ ଟୋକନ୍ ଯୋଗେ ଶ୍ରଦ୍ଧାଳୁ ମହାପ୍ରସାଦ ପାଇପାରିବେ ବୋଲି ସୁଆର ମହାସୁଆର ନିଯୋଗ ତରଫରୁ କୁହାଯାଇଛି ।
ଅନ୍ୟପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଭୋଗଲାଗିବ ମହାପ୍ରସାଦ । ସେପଟେ ମାସଟେ ପରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଅନୁଷ୍ଠିତ ହୋଇଛି ସାଧାରଣ ନୀତିକାନ୍ତି ।