ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ଆଜି ମାନ୍ୟବର ଜଳସମ୍ପଦ,ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି। ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାର ମାନ୍ୟବର ସାଂସଦ, ମାନ୍ୟବର ସମସ୍ତ ବିଧାୟକ, ଜିଲ୍ଲାପାଳ ଓ ଜଳସମ୍ପଦ ବିଭାଗର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ଜିଲ୍ଲାରେ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଓ ଜଳସେଚନ କ୍ଷମତା ବୃଦ୍ଧି ପରିପ୍ରେକ୍ଷୀରେ ସମୀକ୍ଷା କରିଥିଲେ। ଏହା ସହ କରୋନା ମହାମାରୀ ମୁକାବିଲା ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲାରେ କିପରି କରୋନା ମହାମାରୀ କୁ ରୋକିବା ପାଇଁ ପଦକ୍ଷପ ନିଆଯାଉଥିବା ସେହି ବିଷୟରେ ଆଲୋଚନା କରିଥିଲେ।