ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ରାଜ୍ୟରେ ଦିଆ ଯାଇଥିବା ଲକ୍ ଡାଉନର ଅବଧି ସରିବ। ରାଜ୍ୟ ସରକାର ରାଜ୍ୟର କରୋନା ସ୍ଥିତିକୁ ପରଖଇ ଲକ୍ ଡାଉନ୍ ସରିବ କି ଅବଧି କୁ ପୁନଃ ବଢ଼ାଯିବ ତାହା ସ୍ଥିର କରାଯିବ। ରାଜ୍ୟରେ ଧୀରେ ଧୀରେ ସଂକ୍ରମଣର ପାରା ତଳକୁ ଖସୁଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିବା ଏବଂ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୧୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୧୩ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୮୯୭ ଜଣ ଲୋକାଲ୍ କେସ୍ ରହିଛି।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୪୬ ଜଣ, ବାଲେଶ୍ୱରରୁ ୧୬୮ ଜଣ, ବରଗଡ଼ରୁ ୧୪ ଜଣ, ଭଦ୍ରକରୁ ୭୯ଜଣ, ବଲାଙ୍ଗିରରୁ ୧୩ଜଣେ, ବୌଦ୍ଧରୁ ୧୬ଜଣ, କଟକରୁ ୩୨୩ ଜଣ, ଦେବଗଡ଼ରୁ ୫ ଜଣ, ଢେଙ୍କାନାଳରୁ ୩୫ ଜଣ, ଗଜପତିରୁ ୧୧ ଜଣ, ଗଞ୍ଜାମରୁ ୧୬ ଜଣ, ଜଗତସିଂହପୁରରୁ ୬୭ ଜଣ, ଯାଜପୁରରୁ ୯୨ ଜଣ, ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୭ ଜଣ, କନ୍ଧମାଳରୁ ୧୨ଜଣ, କେନ୍ଦ୍ରାପଡ଼ାରୁ ୧୩୨ଜଣ, କେନ୍ଦୁଝରରୁ ୬୬ ଜଣ, ଖୋର୍ଦ୍ଧାରୁ ୪୫୮ ଜଣ, କୋରାପୁଟରୁ ୧୯ଜଣ, ମାଲକାନଗିରିରୁ ୨୨ ଜଣ, ମୟୂରଭଞ୍ଜରୁ ୯୯ଜଣ, ନବରଙ୍ଗପୁରରୁ ୧୦ଜଣ, ନୟାଗଡ଼ରୁ ୭୪ ଜଣ, ନୂଆପଡ଼ାରୁ ୨ ଜଣ, ପୁରୀରୁ ୧୧୩ ଜଣ, ରାୟଗଡ଼ାରୁ ୨୯ ଜଣ, ସମ୍ବଲପୁରରୁ ୧୯ ଜଣ, ସୋନପୁରରୁ ୪ଜଣ, ସୁନ୍ଦରଗଡ଼ରୁ ୬୨ ଜଣ ଓ ଷ୍ଟେଟ ପୁଲରୁ ୮୭ଜଣ ରହିଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯,୪୭,୮୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୨,୨୯୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯,୧୮,୦୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।