ସନଷ୍ଟାର ଟିଭି ବ୍ୟୁରୋ

କୋଲକାତା: ସାରା ବିଶ୍ବ ଏବେ କରୋନା ମହାମାରୀ କାୟାରେ ଆୟତ ହୋଇରହିଛି। ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ବିଶ୍ବରେ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଟିକାର ଅଭାବ ମଧ୍ୟ ଦେଖିବାକୁ ମିଳୁଛି। ଟିକାକରଣ ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗର ସିଏମ୍ ମମତା ବାନାର୍ଜୀ ନିଜ ମତ ରଖିଛନ୍ତି । ସେ କହିଛନ୍ତି ଯେ ଆମକୁ 14 କୋଟି ଟିକା ଆବଶ୍ୟକ ରହିଛି କିନ୍ତୁ ଆମକୁ ଏ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣରେ ଟିକା ମିଳିନାହିଁ । ଆମେ କେବଳ 2.12 କୋଟି ଟିକା ପାଇଛୁ । ଆମେ ନିଜେ 18 ଲକ୍ଷ ଟିକା କିଣିଛୁ। ଏହାସହ ମମତା ଏହାମଧ୍ୟ କହିଛନ୍ତି କିଛି ରାଜ୍ୟ ଆବଶ୍ୟକରୁ ଅଧିକ ପରିମାଣର ଟିକା ମିଳୁଛି ଯେଉଠି କିଛି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆଦୌ ଟିକା ମିଳିନାହିଁ।