ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ସରୁଛି ରାଜ୍ୟରେ ଜାରି ରହିଥିବା ଆଂଶିକ ଲକଡାଉନ୍। ଅଗଷ୍ଟ୧ ଯାଏଁ ବଢ଼ିଲା ଲକ୍ ଡାଉନ୍ ଅବଧି । କିନ୍ତୁ ଏଥର କିଛି ଟା କୋହଳ କରିଛନ୍ତି ରାଜ୍ୟ ସରକାର। ସମଗ୍ର ରାଜ୍ୟରେ ଚାଲିବ ବସ୍। ସମଗ୍ର ରାଜ୍ୟରେ ଖୋଲିବ ବିୟୁଟି ପାର୍ଲର, ସେଲୁନ, ସ୍ପା ଓ ଜିମ ସେଣ୍ଟର। ପୂର୍ବ ପରି ପାର୍କ, ସିନେମା ହଲ, ମଲ ବନ୍ଦ ରହିବ। କାଟାଗୋରୀ B ଜିଲ୍ଲାରେ ଦୈନିକ ବଜାର ଓ ସାପ୍ତାହିକ ହାଟ ବନ୍ଦ ରହିବ। ଶ୍ରେଣୀ A 20 ଜିଲ୍ଲା ରେ ସକାଳ 6 ଟାରୁ ରାତି 8 ଟା ପର୍ଯ୍ୟନ୍ତ 7 ଦିନ ପାଇଁ ଦୋକାନ ଖୋଲିବ। ସେହିପରି ଶ୍ରେଣୀ B 10 ଜିଲ୍ଲାରେ ସକାଳ 6 ଟାରୁ 5 ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ ବୋଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ବିଶେଷ କରି ବର୍ତ୍ତମାନ କରୋନା ସ୍ଥିତି ଓ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।