ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର:ଏବର୍ଷ ବି ଆରମ୍ଭରୁ ଧୋକା ଦେଇଛି ମୌସୁମୀ । ଗୋଟିଏ ପଟେ କରୋନା ଜୀବନ ଓ ଜୀବିକାକୁ ଉପରେ ବହୁତ ପ୍ରଭାବ ପକାଉଛି। ଅନ୍ୟପଟରେ ରାଜ୍ୟର କିଛି ଅଞ୍ଚଳରେ ମରୁଡିର ଆଶଙ୍କା ପରିସ୍ଥିତିକୁ ଆହୁରି ଜଟିଳ କରିବାକୁ ବସିଲାଣି। ଚଳିତ ବର୍ଷ ୫ ଜିଲ୍ଲାକୁ ମରୁଡି ଆଶଙ୍କା। ମୌସୁମିରେ ବିଳମ୍ବ ଏବଂ କମ୍ ମାତ୍ରାରେ ବର୍ଷା ହୋଉଥିବାରୁ ୫ଟି ଜିଲ୍ଲାରେ ଶୁଖିଲା ପଡିଛି ଜମି। ୫ଜିଲ୍ଲାର ୨୭ ବ୍ଲକରେ ଏବେ ମରୁଡି ଭୟ । କେନ୍ଦୁଝର, ଗତପତି, ଅନୁଗୁଳ,ଭଦ୍ରକ, ବୌଦ୍ଧ ଜିଲ୍ଲାରେ ମରୁଡି ଆଶଙ୍କା। ଯଦି ଆଗକୁ ଠିକ ପରିମାଣର ବର୍ଷା ହୁଏ ତେବେ ମରୁଡି ଆଶଙ୍କା ବଦଳି ପାରେ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।