ସନଷ୍ଟାର ଟିଭି ବ୍ୟୁରୋ
ରାୟଗଡା: ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଜୁ ଜନତା ଦଳ ଓ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ର ବିଜୁ ଜନତା ଦଳ ବରିଷ୍ଠ ନେତା ତଥା ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ଏନ୍ ଭାସ୍କର ରାଓ , ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳ ର ବରିଷ୍ଠ ଉପସଭାପତି ଶ୍ରୀ ଲାଲ ବିହାରୀ ହିମାରିକା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମହିଳା ସଭାନେତ୍ରୀ ଶ୍ରୀମତୀ ଅନୁସୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜନ ପଲ ଗଙ୍ଗାଧର, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ବିନାୟକ କର, ରାଜ୍ୟ ବିଜୁ କୃଷକ ସମ୍ପାଦକ ଶ୍ରୀ ବଙ୍ଗାଡି ତ୍ରିପାଠୀ , ୟାଲ କୋଣ୍ଡାବାବୁ, ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀ ଅବିନାଶ ବିଶୋଇ ମହାପାତ୍ର ଙ୍କ ସମେତ ବିଜୁ ଜନତା ଦଳ ର ଅନନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଆଜି ଏହି ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।