ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବାଂଲାଦେଶର ଆତଙ୍କବାଦୀ ସଂଗଠନ ଜମାତ-ଉଲ୍-ମୁଜାହିଦ୍ଦିନ ଜେଏମବିର ଆତଙ୍କବାଦୀ ଏବେ ଓଡ଼ିଶାରେ ଲୁଚିଥିବା ନେଇ ସନ୍ଦେହ ଜୋରରେ ଧରିଛି । ଏହି ସଂଗଠନର ୩ଜଣ ଆତଙ୍କବାଦୀଙ୍କୁ ଗତ ରବିବାର ଦିନ କୋଲକାତା ପୁଲିସର ସ୍ପେଶାଲ୍ ଟାସ୍କ ଫୋର୍ସ ଦ୍ୱାରା ଗିରଫ ହେବା ପରେ ସେମାନଙ୍କ ସହଯୋଗୀ ଓଡ଼ିଶାକୁ ଆସିଥିବା ସୂଚନା ମିଳିଛି । ଏହାକୁ ନେଇ କୋଲକାତା ପୁଲିସ ଓଡ଼ିଶା ପୁଲିସ ସହ ଯୋଗାଯୋଗରେ ଥିବା ବେଳେ ପୁଲିସ ପକ୍ଷରୁ ଏବେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି ।
ସୂଚନା ଅନୁଯାୟୀ, କୋଲକାତାରେ ଗିରଫ ହୋଇଥିବା ୩ଜଣ ଆତଙ୍କବାଦୀଙ୍କୁ ମିଶାଇ ମୋଟ ୧୫ଜଣ ସଦସ୍ୟ ବାଂଲାଦେଶରୁ ଭାରତକୁ ଚଳିତ ବର୍ଷ ଆସିଥିଲେ । ସେମାନଙ୍କ ମଧ୍ୟରୁ ୫ଜଣ ପଶ୍ଚିମବଙ୍ଗରେ ଥିଲେ । ଅନ୍ୟ ୧୦ଜଣ ଓଡ଼ିଶା ସମେତ ବିହାର ଓ ଜାମ୍ମୁ କାଶ୍ମୀର ଯାଇଥିବା ସୂଚନା ମିଳିଛି । ଏହି ଗୋଷ୍ଠୀ ୨୦୧୦ରେ ପୁଣେରେ ଏକ ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଥିବା କୁହାଯାଉଛି । 2016ରେ ଉତ୍ତର ବାଂଲାଦେଶର ଅନେକ ଲୋକଙ୍କୁ ହତ୍ୟା ଘଟଣାରେ ମଧ୍ୟ ଏହି ଗୋଷ୍ଠୀ ସାମିଲ ଅଛି ।