ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: ଜୁନ ପରେ ଜୁଲାଇ ଆଣିଦେଉଛି ଆଶ୍ୱସ୍ତିକର ଖବର। ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯୨ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୮୮୨ ଜଣ ଲୋକାଲ୍ କେସ୍ ରହିଛି।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୫୨ ଜଣ, ବାଲେଶ୍ୱରରୁ ୧୧୫ ଜଣ, ବରଗଡ଼ରୁ ୩୮ ଜଣ, ଭଦ୍ରକରୁ ୧୧୦ ଜଣ, ବଲାଙ୍ଗିରରୁ ୧୭ ଜଣେ, ବୌଦ୍ଧରୁ ୧୨ଜଣ, କଟକରୁ ୨୮୩ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୬୧ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୫ ଜଣ, ଜଗତସିଂହପୁରରୁ ୯୯ ଜଣ, ଯାଜପୁରରୁ ୧୨୦ ଜଣ, ଝାରସୁଗୁଡ଼ାରୁ ୫ ଜଣ, କଳାହାଣ୍ଡିରୁ ୫ ଜଣ, କନ୍ଧମାଳରୁ ୧୯ଜଣ, କେନ୍ଦ୍ରାପଡ଼ାରୁ ୫୮ ଜଣ, କେନ୍ଦୁଝରରୁ ୪୬ ଜଣ, ଖୋର୍ଦ୍ଧାରୁ ୪୪୩ ଜଣ, କୋରାପୁଟରୁ ୧୦ ଜଣ, ମାଲକାନଗିରିରୁ ୪୭ ଜଣ, ମୟୂରଭଞ୍ଜରୁ ୧୧୫ ଜଣ, ନବରଙ୍ଗପୁରରୁ ୧୦ଜଣ, ନୟାଗଡ଼ରୁ ୫୮ ଜଣ, ନୂଆପଡ଼ାରୁ ୪ ଜଣ, ପୁରୀରୁ ୧୩୩ ଜଣ, ରାୟଗଡ଼ାରୁ ୧୬ ଜଣ, ସମ୍ବଲପୁରରୁ ୩୦ ଜଣ, ସୋନପୁରରୁ ୯ଜଣ, ସୁନ୍ଦରଗଡ଼ରୁ ୫୬ ଜଣ ଓ ଷ୍ଟେଟ ପୁଲରୁ ୮୫ ଜଣ ରହିଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୪୫ ହଜାର ୭୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୨୨ ହଜାର ୮୬୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯ ଲକ୍ଷ ୧୮ ହଜାର ୦୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।