ସନଷ୍ଟାର ଟିଭି ବ୍ୟୁରୋ
ପେଶୱାର: ବୁଧବାର ଦିନ 13 ଜଣ କର୍ମଚାରୀ ମୃତ୍ୟୁବରଣ କରିଥିବା ବେଳେ ଏଥିରେ ୯ଜଣ ଚାଇନାର କର୍ମଚାରୀ ଥିଲେ। ଏକ ବସ୍ରେ ଉତ୍ତର-ପଶ୍ଚିମ ଦିଗରେ ଥିବା ଏକ ଉପତ୍ୟକାକୁ ଆସୁଥିବା ବେଳେ ବିସ୍ଫୋରଣ ହୋଇଥିବାର ପାକିସ୍ତାନ ଅଧିକାରୀ କହିଛନ୍ତି।ଏହି ବସ୍ ଚାଇନାର ଇଞ୍ଜିନିୟର, ସର୍ବେକ୍ଷଣକାରୀ ଏବଂ ଯାନ୍ତ୍ରିକ କର୍ମଚାରୀଙ୍କୁ ନେଇ ଦାସୁ ଡ୍ୟାମ୍ ,ଖାଇବର ପାଖ୍ଟନଖୱା ପ୍ରଦେଶର ନିର୍ମାଣାଧୀନ ସାଇଟ୍ କୁ ଯାଉଥିଲା। ଏହି ବିସ୍ଫୋରଣ ରାସ୍ତା କଡରେ ଥିବା ଉପକରଣ କିମ୍ବା ବସ୍ ଭିତରେ ଲଗାଯାଇଥିବା କିଛି କାରଣରୁ ହୋଇଛି ତାହା କିଛିସ୍ପଷ୍ଟ ହୋଇନାହିଁ। ଏହି ଘଟଣା ଘଟିଥିବା ପ୍ରଦେଶର ଖାଇବର-ପାକ୍ଟୁନ୍ଖୱା ର ବରିଷ୍ଠ ପୋଲିସ ଅଧିକାରୀ ଇନ୍ସପେକ୍ଟର ଜେନେରାଲ୍ ମୋଜାଜମ୍ ଜାହ ଅନସାରୀ ଚାଇନାର ନାଗରିକ, ଦୁଇ ସୈନିକ ଏବଂ ଦୁଇ ଜଣ ସ୍ଥାନୀୟ ଲୋକ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ବରିଷ୍ଠ ସରକାର କହିଛନ୍ତି, “ବିସ୍ଫୋରଣ ପରେ ବସ୍ ଏକ ଗଭୀର ନଦୀ ଭିତରକୁ ଖସିପଡିଥିଲା ଏହାବାଦ ଜଣେ ଚାଇନାର ଇଞ୍ଜିନିୟର ଏବଂ ଜଣେ ସୈନିକ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଏୟାରଆମ୍ବୁଲାନ୍ସ ଦ୍ୱାରା ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ସମଗ୍ର ସରକାରୀ ଯନ୍ତ୍ରପାତି ସଂଗ୍ରହ କରାଯାଇଛି। ଅନସାରୀ ସୂଚନା ଦେଇଛନ୍ତି ଯେ ପୋଲିସ ତାର ଅଧିକ ତଦନ୍ତ ଜାରି ରଖିଛି ।