ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଗତ କିଛି ଦିନ ହେବ ଦୁଇ ହଜାର ତଳେ ଦୈନିକ କରୋନା ପଜିଟିଭ୍ ରହୁଥିବା ବେଳେ ଆଜି ଏଥିରେ ସାମାନ୍ୟ ଅଧିକ ରହିଛି । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୨୦୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୯୨ କ୍ଵାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ୮୮୨ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ତେବେ ଆଜି ମଧ୍ୟ ଖୋର୍ଦ୍ଧା ଜିଳ୍ଲାରୁ ସର୍ବାଧିକ ୪୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏଥିସହିତ ରାଜ୍ୟର ସାତଟି ଜିଲ୍ଲାରୁ ଶହେ ଉପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକରୁ ୨୮୩ ଜଣ,ପୁରୀରୁ ୧୩୩ ଜଣ, ଯାଜପୁରରୁ ୧୨୦ ଜଣ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରୁ ୧୧୫ ଜଣ ଲେଖାଏଁ, ଭଦ୍ରକରୁ ୧୧୦ ଜଣ, ଜଗତସିଂହପୁରରୁ ୯୯ ଜଣ,ଢ଼େଙ୍କାନାଳରୁ ୬୧ ଜଣ, କେନ୍ଦ୍ରାପଡ଼ା, ଅନୁଗୁଳ ଓ ନୟାଗଡ଼ ଜିଲ୍ଲାରୁ ୫୮ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୫୬ ଜଣ, ମାଲକାନଗିରିରୁ ୪୭ ଜଣ, କେନ୍ଦୁଝରରୁ ୪୬ ଜଣ, ବରଗଡ଼ରୁ ୩୮ ଜଣ,ସମ୍ବଲପୁରରୁ ୩୦ ଜଣ,କନ୍ଧମାଳରୁ ୧୯ ଜଣ,ବଲାଙ୍ଗୀରରୁ ୧୭ ଜଣ, ରାୟଗଡ଼ାର ୧୦ ଜଣ, ବୌଦ୍ଧରୁ ୧୨ ଜଣ, ନବରଙ୍ଗପୁରରୁ ୧୦ ଜଣ, ସେନପୁରରୁ ୯ ଜଣ,ଗଞ୍ଜାମ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୫ ଜଣ ଲେଖାଏଁ, ନୂଆପଡ଼ାରୁ ୪ ଜଣ, ଦେବଗଡ଼ ଓ ଗଜପତି ଜିଲ୍ଲାରୁ ୩ ଜଣ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ରୁ ୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।