ସନଷ୍ଟାର ଟିଭି ବ୍ୟୁରୋ

ପୁରୀ: ମହାପ୍ରଭୁଙ୍କ ଆଡପ ଅବଢ଼ା ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଛି। ପୂର୍ବ ବ୍ୟବସ୍ଥା ଅନୁଯାୟୀ ଗୁଣ୍ଡିଚା ମନ୍ଦିରର ଉତ୍ତର ଦ୍ୱାର ଓ ପୁରୀ ବସ ଷ୍ଟାଣ୍ଡରେ ଦୁଇଟି କାଉଣ୍ଟର ହୋଇଛି। ଭକ୍ତ ମାନେ ସେଠାରେ ଟୋକନ କାଟି ମହାପ୍ରଭୁଙ୍କ ଆଡପ ଅବଢ଼ା ପାଇ ପାରିବେ। ସୁଆର ମାହାସୁଆର ନିଯୋଗ ପକ୍ଷରୁ ଏହି ବ୍ୟବସ୍ଥା ହୋଇଛି । ଅନ୍ୟପଟେ କୋଭିଡ କଟକଣା ହେତୁ ଆଡପ ଦର୍ଶନ ବନ୍ଦ ରହିଛି । କେବଳ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହେଉଛି।