ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟ ରେ କରୋନା ମହାମାରୀ ଯୋଗୁଁ ପ୍ରାୟ ଦୁଇ ବର୍ଷ ହେଲା ରାଜ୍ୟର କୌଣସି ଶିକ୍ଷାନୁଷ୍ଠାନ ଖୋଳିନାହିଁ। ଏଥିଲାଗି ରାଜ୍ୟସରକାର ଅନଲାଇନ୍ ପାଠ ପଢ଼ାକୁ ଅଧିକ ଧ୍ୟାନ ଦେଇଛନ୍ତି। ଏହାସହ ପରୀକ୍ଷା ନଦେଇ ଚଳିତବର୍ଷ ରେକର୍ଡ଼ ସଂଖ୍ୟାରେ ମାଟ୍ରିକ୍ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଯାହାକୁ ଲକ୍ଷ୍ୟକରି ରାଜ୍ୟ ସରକାର + ୨ରେ ସିଟ୍ ବଢ଼ାଇବାକୁ ନେଇ ଯୋଜନା କରିଛନ୍ତି। ଜୁନିୟର କଲେଜଗୁଡ଼ିକରେ + ୨ ସିଟ୍ ବଢ଼ାଇବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।
ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଯେଉଁ କଲେଜ ଚାହିଁବେ ଏନେଇ ଆବେଦନ କରିପାରିବେ। ସିଟ୍ ବୃଦ୍ଧି ପାଇଁ ୭ ଦିନ ମଧ୍ୟରେ ଆବେଦନ କରିପାରିବେ। ସାମ୍ସ ଜରିଆରେ ଅନଲାଇନରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୧୦ ପିଲା ମାଟ୍ରିକ ପରୀକ୍ଷାରେ ପାସ୍ କରିଛନ୍ତି। ତେବେ ରାଜ୍ୟରେ +୨ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି। ପାସ ହାରରେ ବୃଦ୍ଧି ଘଟିବାରୁ ସିଟ ସଂଖ୍ୟାକୁ ବଢ଼ାଇବା ସ୍ବାଭାବିକ । ନ ହେଲେ ବାକି ଛାତ୍ରଛାତ୍ରୀ କେଉଁଠି ପଢ଼ିବେ କେଉଁଠାରେ। ଏହାକୁ ନେଇ ସାଧାରଣରେ ମତ ପ୍ରକାଶ ପାଇଥିଲା। ତେବେ ରାଜ୍ୟରେ କଲେଜ ଗୁଡ଼ିକରେ ସିଟ୍ ସଂଖ୍ୟା ବଢ଼ିଲେ, + ୨ରେ ପାଠ ପଢ଼ିବାରେ ସମସ୍ୟା ହେବନାହିଁ ନାହିଁ ବୋଲି ଅନୁମାନ କରାଯାଉଛି।