ସନଷ୍ଟାର ଟିଭି ବ୍ୟୁରୋ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ମାଧ୍ୟମିକ ଶିକ୍ଷା ବୋର୍ଡ MPBSE ବୋର୍ଡ ଦଶମ ଶ୍ରେଣୀର ଫଳାଫଳ ଘୋଷଣା କରିଛି। ଛାତ୍ର ଛାତ୍ରୀମାନେ ସରକାରୀ ୱେବସାଇଟ୍ ମାଧ୍ୟମରେ (http://mpbse.nic.in/) ରେ ଶ୍ରେଣୀ ଦଶମ ଫଳାଫଳ ଯାଞ୍ଚ କରିପାରିବେ। ଚଳିତ ବର୍ଷ 11 ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ମଧ୍ୟପ୍ରଦେଶ ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପଞ୍ଜୀକୃତ କରିଥିଲେ। କୋଭିଡ 19 ହେତୁ ଚଳିତ ବର୍ଷ MPBSE ଶ୍ରେଣୀ ଦଶମ ପରୀକ୍ଷା କରାଯାଇ ନଥିଲା। ଏଥରର ମୂଲ୍ୟାଙ୍କନ, ପ୍ରି-ବୋର୍ଡ, ପରୀକ୍ଷା, ୟୁନିଟ୍ ପରୀକ୍ଷା ଏବଂ ଏକାଡେମିକ୍ ସମୟରେ ଅନୁଷ୍ଠିତ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନରେ ପ୍ରାର୍ଥୀଙ୍କ ପ୍ରଦର୍ଶନ ଉପରେ ଆଧାରିତ ଥିଲା।