ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପର ଦ୍ବିତୀୟ ସଂସ୍କରଣ ଅର୍ଥାତ୍ ୨୦୨୧-୨୩ ବର୍ଷର ଚାମ୍ପିୟନସିପ୍ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ( ଆଇସିସି )ପକ୍ଷରୁ ନୂତନ ନିୟମ ତଥା କାର୍ଯ୍ୟସୂଚୀ ଘୋଷଣା କରାଯାଇଛି ।ଏହି ନୂତନ ନିୟମ ଅନୁଯାୟୀ ଆଗକୁ ଥିବା ଏହି ଟେଷ୍ଟ ମ୍ୟାଚ ଜିତିଲେ ବିଜୟୀ ଟିମକୁ 12 ପଏଣ୍ଟ ଓ ମ୍ୟାଚ୍ ଡ୍ର ହେଲେ 4 ପଏଣ୍ଟ ଓ ମ୍ୟାଚ୍ ଟାଇ ହେଲେ 6 ପଏଣ୍ଟ ମିଳିବ ।
ତେବେ ଟେଷ୍ଟ ଚାମ୍ପିୟନସିପର ଦ୍ବିତୀୟ ଅଡିଶନ୍ ଅଗଷ୍ଟ 4ରୁ ଆରମ୍ଭ ହେବାକୁ ଯାଉଛି ଓ ଏହାର ପ୍ରଥମ ସିରିଜ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ । ପ୍ରତ୍ୟେକ ଟିମକୁ ସର୍ବମୋଟ୍ 6 ଟି ସିରିଜ୍ ଖେଳିବାକୁ ହେବ ଏବଂ ଏହି ସିରିଜରୁ ତିନିଟି ବିଦେଶ ମାଟିରେ ହେବାକୁ ଥିବା ବେଳେ ଆଉ 3ଟି ଘରୋଇ ପଡିଆରେ ହେବ ।
ତେବେ ଜାଣନ୍ତୁ ଭାରତୀୟ ଟିମ୍ ସହ କେଉଁ ଟିମର ହେବ ମୁକାବିଲା
ଘରୋଇ ପଡିଆରେ: ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ
ବିଦେଶ ମାଟିରେ: ବାଂଲାଦେଶ, ଇଂଲଣ୍ଡ, ସାଉଥ୍ ଆଫ୍ରିକା