ସନଷ୍ଟାର ଟିଭି ବ୍ୟୁରୋ

ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଗଡକୁଜଙ୍ଗ ଗ୍ରାମ ପଞ୍ଚାୟତର ନୋଳିଆସାହି ଗ୍ରାମର ଯୁବ କବି, ଗାଳ୍ପିକ ତଥା ସର୍ବ ଭାରତୀୟ ସ୍ତରରେ ଭାଗବତ ଗୀତାରେ ସ୍ଵର୍ଣ୍ଣ ପଦକ ପ୍ରାପ୍ତ ଧୀରେନ୍ଦ୍ର ବେହେରା ଙ୍କୁ ଶ୍ରୀମଦ୍ ଭଗବଦ୍ ଗୀତା ମେଧା ସମ୍ମାନ ରେ ସମ୍ମାନିତ କରିଛନ୍ତି ଜଗତସିଂହପୁର ର ବିଧାୟକ । ଜଗତସିଂହପୁର ଜିଲ୍ଲାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ପ୍ରତିଭା ବାନ ଛାତ୍ର ଧୀରେନ୍ଦ୍ର ବେହେରା ଙ୍କ ଗାଁ କୁ ଯାଇ ଶ୍ରୀମଦ୍ ଭଗବଦ୍ ଗୀତା ମେଧା ସମ୍ମାନ ରେ ସମ୍ମାନିତ କରିବା ସହ ଧୀରେନ୍ଦ୍ର ଙ୍କ ପ୍ରତିଭା ସମ୍ବନ୍ଧରେ ପଚାରି ବୁଝିଛନ୍ତି।
ପ୍ରକାଶ ଥାଉକି ଧୀରେନ୍ଦ୍ର ବେହେରା ଗ୍ରାମାଞ୍ଚଳର ବ୍ୟକ୍ତି ହେଲେ ମଧ୍ୟ ସେ ଦର୍ଶନ ସମ୍ମାନରେ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ସ୍ନାତକୋତ୍ତର ସାରିବା ପରେ ଗବେଷଣା କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଶ୍ରୀମାନ ବେହେରା ଜଣେ ଆଗଧାଡିର ଯୁବ ଲେଖକ , କଣ୍ଠଶିଳ୍ପୀ ଓ ଦର୍ଶନ ସମ୍ମାନରେ ଟପ୍ପର ହୋଇଥିଲେ। ବେହେରାଙ୍କ ଲେଖା ଗୁଡିକ ବିଭିନ୍ନ ପତ୍ର ପତ୍ରିକା ସମେତ ସୋସିଆଲ ମିଡିଆରେ ବହୁଳ ଭାବରେ ଆଦୃତ ହୋଇଛି। ସାହିତ୍ୟ ଓ ପାଠ ପଢା ପ୍ରତି ଅମାପ ରୁଚି ଥିବା ଏହି ଜଣା ଶୁଣା ଯୁବ ସାହିତ୍ୟ ସ୍ରଷ୍ଟାଙ୍କୁ ବିଭିନ୍ନ ଅନୁଷ୍ଠାନ ରୁ ୫୦ ରୁ ଉର୍ଦ୍ଧ୍ବ ଥର ସମ୍ମାନ ଓ ସମ୍ବର୍ଦ୍ଧିତ କରାଯାଇଛି। ଏହି କିଛି ଦିନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କ ଦ୍ଵାରା ପ୍ରତିଭା ପ୍ରିୟ କବି ଓ ଲେଖକ ସମ୍ମାନ, ଓଡିଶା ସରକାରଙ୍କ ଦ୍ଵାରା ପ୍ରତିଭା ଗୀତା ଗୌରବ ସମ୍ମାନ ଓ ଜିଲ୍ଲା ପାଳଙ୍କ ଦ୍ଵାରା ରାଷ୍ଟ୍ରୀୟ ଛାତ୍ର ପ୍ରତିଭା ସମ୍ମାନ ଏମିତି ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ହେବା କଥା ଶୁଣି ବହୁତ୍ ଖୁସି ହେବା ସହ ବିଧାୟକ କହିଛନ୍ତି – କଥା କୁହା ମାଟି କହୁଛି କଥା, ଏ ମାଟି କଥା କୁହେ। କଳା , ସାହିତ୍ୟ , ସଂସ୍କୃତି, ବିଜ୍ଞାନ ଓ ସର୍ବୋପରି ମୁକ୍ତି ସଂଗ୍ରାମରେ ଏ ମାଟି ସବୁବେଳେ ଆଗୁଆ ।ଅନେକ ଦିନ ପରେ ତୁମ ଭଳି ଏକ ବିରଳ ପ୍ରତିଭାବାନ ଛାତ୍ର ପାଈ ଏ ମାଟି ଗର୍ବ ଓ ଗୌରବ ସାଉଁଟି ପାରିଛି।