ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ବର୍ତ୍ତମାନ ରାଜ୍ୟରେ ସାମୟିକ ଭାବେ କମିଛି ସଂକ୍ରମଣ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ବିଗତ ଦିନ ତୁଳନାରେ ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କରିଲେ ଜଣା ପଡୁଛିଯେ ଜିଲ୍ଲାରେ ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। କେସ୍ ଲୋଡ଼, ଟେଷ୍ଟ ପଜିଟିଭିଟି ରେଟ୍, ଲୋକଙ୍କ କୋଭିଡ୍ ଗାଇଡ଼ଲାଇନ୍ ଅନୁପାଳନକୁ ଦେଖିକି ଅନଲକ୍ ସମ୍ବନ୍ଧରେ ସରକାର ପରେ ନିଷ୍ପତ୍ତି ନେବେ। ନିୟମ କୋହଳ ହେଲେ ବି ଲୋକେ ନିଜ ଦାୟିତ୍ୱ ଭୁଲନ୍ତୁ ନାହିଁ। ନହେଲେ ପୁଣି ଥରେ ସଂକ୍ରମଣ ବଢ଼ିବ। ସଂକ୍ରମଣ ଏବଂ ସ୍ଥିତିକୁ କେହି ରୋକି ପାରରିବେ ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ଡେଙ୍ଗୁଜରର ମାତ୍ରାରେ କିଛି ବଢ଼ିଛି। ମାତ୍ର ତାହା ଭୟାବହତା ନୁହେଁ। ସୋମବାର ସୁଦ୍ଧା ଭୁବନେଶ୍ୱରରେ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ଥିତି ବିଶେଷ ଚିନ୍ତାଜନକ ନୁହେଁ। ଏହାର ସଂକ୍ରମଣକୁ ରୋକିବା ଲାଗି ମଶା ଧୂଆଁ, ଏବଂ ବିଭିନ୍ନ ଉପାୟ ଜାରି କରାଯାଇଛି।