ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଋଷୀୟ ଜ୍ଞାନକୌଶଳରେ ନିର୍ମିତ କରୋନା ଭ୍ୟାକସିନ୍ ସ୍ପୁଟନିକ୍- ଭି ଭାରତର ସେରମ୍ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ ହେବାକୁ ଯାଉଛି । ଏନେଇ ସେରମ୍ ଇନଷ୍ଟିଚ୍ୟୁଟ ପକ୍ଷରୁ ଘୋଷଣା କରାଯାଇଛି ।ସେପ୍ଟେମ୍ବର ମାସ ସୁଦ୍ଧା ସେରମ୍ ଇନଷ୍ଟିଚ୍ୟୁଟରେ ସ୍ପୁଟନିକ୍ ଭି ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।
ଭାରତରେ ବର୍ଷକୁ ପ୍ରାୟ 300 ମିଲିୟନ୍ ସ୍ପୁଟନିକ୍ ଭି ଭ୍ୟାକସିନ ଡୋଜ ତିଆରି କରିବା ପାଇଁ ସୋଭିଏତ୍ ଋଷର ସ୍ବାସ୍ଥ୍ୟ ସଂସ୍ଥା ପୂର୍ବରୁ ସୂଚନା ରଖିଥିଲା । ସ୍ପୁଟନିକ୍ ଭି ଟିକା ଉତ୍ପାଦନରେ ଭାରତ ଏକ ଅଗ୍ରଣୀ ହବ୍ ବନାଇବାର ଲକ୍ଷ୍ୟ ରଖିଛି ସୋଭିଏତ୍ । ଆରଡିଏଫ୍ ପୂର୍ବରୁ ଋଷ ଟିକା ଉତ୍ପାଦନ ପାଇଁ ଭାରତର ଅନେକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଯେପରିକି ଗ୍ରନ୍ଥି ଫାର୍ମା, ହେଟେରୋ ବାୟୋଫର୍ମା, ପାନେସିଆ ବାୟୋଟେକ୍, ଷ୍ଟେଲିସ୍ ବାୟୋଫାର୍ମା, ବିରଚୋ ବାୟୋଟେକ୍ ଏବଂ ମୋରେପେନ୍ ସହିତ ଚୁକ୍ତି କରିଥିଲା ।
ତେବେ ବର୍ତ୍ତମାନ ସୁଦ୍ଧା ବିଶ୍ବ ସ୍ତରରେ ପ୍ରାୟ 67 ଟି ଦେଶ ସ୍ପୁଟନିକ୍ ଭି ଟିକା ପାଇଁ ପଞ୍ଜୀକରଣ କରିଛନ୍ତି । ଅନେକ ଗବେଶଣାରେ ଏହା ସ୍ପଷ୍ଟ ହୋଇଛି ଯେ, କରୋନା ଭାଇରସ୍ ବିରୁଦ୍ଧରେ ଲଢିବା ପାଇଁ ସ୍ପୁଟନିକ୍ ଭି ହେଉଛି ସବୁଠୁ କ୍ଷମତାଶାଳୀ ଓ ସୁରକ୍ଷିତ ଟିକା ।