ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ଜୀବାଣୁ ଏବଂ ଏହାର ନିରାକରଣ ,ଟିକାକରଣ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିବା ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଓଡିଶା, ମହାରାଷ୍ଟ୍ର ଏବଂ କେରଳର ମୁଖ୍ୟମନ୍ତ୍ରୀଙ୍କ ସହ ଜୁଲାଇ୧୬ରେ ସମୀକ୍ଷା ବୈଠକ କରିବେ ବୋଲି ସୂଚନା ମିଳିଛି।
ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନାର ସମ୍ଭାବ୍ୟ ତୃତୀୟ ତରଙ୍ଗକୁ ଦୃଷ୍ଟିରେ ରଖି କରୋନା ପ୍ରତି ଥିବା ବିପଦକୁ ବୁଝାଇ କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ପୂର୍ବ ଅପେକ୍ଷା ଆମକୁ ଅଧିକ ସତର୍କ ରହିବା ଆବଶ୍ୟକ। ସେ କହିଛନ୍ତି ଯେ ଆଗକୁ ଅଧିକ ବିପଦ ହେଲେ ଆମେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଗଠନ କରାଯିବ । ସେ କହିଛନ୍ତି ଯେ ଏହା ଦ୍ବାରା ବାହାରର ଜୀବାଣୁ, ଏହାର ମ୍ୟୁଟାଣ୍ଟ ପ୍ରତି ଆମକୁ ସତର୍କ ରହିବାକୁ ପଡିବ। ଏହାସହ ସେ କହିଛନ୍ତି ଯେ କରୋନା ରୋକିବା ଏବଂ ଚିକିତ୍ସା ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଏହା ପରେ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ଠାରୁ ରାଜ୍ୟର ସ୍ଥିତି କଥା ପଚାରି ବୁଝିଥିଲେ।