ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର :ଓଡ଼ିଆଝିଅ ପଦ୍ମିନୀ ରାଉତ ରୁଷିଆର ସୋଚିରେ ଆରମ୍ଭ ହୋଇଥିବା ଚେସ୍ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇଛନ୍ତି । ସୋମବାରଠୁ ଆରମ୍ଭ ହୋଇଛି ବିଶ୍ୱକପ୍ । ପଦ୍ମିନୀ ପ୍ରଥମ ମ୍ୟାଚ୍ରେ ଆଜରବାଇଜାନର ମହିଳା ଗ୍ରାଣ୍ଡମାଷ୍ଟର ଫତାଲିଏଭା ଉଲଭିଆଙ୍କୁ ଭେଟିଥିଲେ । ଏହି ବିଜୟ ସେ ରାଉଣ୍ଡ-୩୨କୁ ଉନ୍ନୀତ ହୋଇଛନ୍ତି । ପରବର୍ତ୍ତି ରାଉଣ୍ଡରେ ଆଇଏମ୍ ସରାସଦତ ଖାଡେମାଲସାରହିଙ୍କୁ ଭେଟିବେ । କରୋନା ମହାମାରୀ ପାଇଁ ପଦ୍ମିନୀ ପ୍ରାୟ ଦୀର୍ଘ ଦେଢ଼ ବର୍ଷ ହେବ ବିଦେଶ ଗସ୍ତରେ ଯାଇନଥିଲେ । ରୁଷିଆକୁ ଯାଇଥିବା ଭାରତୀୟ ଦଳରେ ତାଙ୍କ ସହ ଭକ୍ତି କୁଲକର୍ଣ୍ଣି, ଡ୍ରୋନାଭାଲି ହାରିକା ଓ ଆର. ବୈଶାଳୀ ରହିଛନ୍ତି । ଚଳିତ ବର୍ଷ ପଦ୍ମିନୀଙ୍କ ନାମ ଅର୍ଜୁନ ପୁରସ୍କାର ପାଇ ସୁପାରିସ ହୋଇଥିବାର ସୂଚନା ମିଳିଛି ।