ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ପୂର୍ବତନ ବ୍ୟାଟସମ୍ୟାନ୍ ଯଶପାଲ ବର୍ମାଙ୍କ ପରଲୋକ ଘଟିଛି । ଆଜି ସକାଳେ ହୃଦଘାତ କାରଣରୁ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିଲା ।
ୟଶପାଲ୍ ଶର୍ମା 1979ରେ ଇଂଲଣ୍ଡ ବିରୁଦ୍ଧରେ ନିଜର ଟେଷ୍ଟ ଟେବ୍ୟୁ କରିଥିଲେ ଓ1983ରେ ସେ ଶେଷ ଥର ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । 1978ରେ ସେ ଓ୍ବାନଡେ ଡେବ୍ୟୁ କରିଥିଲେ ଓ 1985ରେ ସେ ଓ୍ବାନଡେ ମ୍ୟାଚରୁ ସନ୍ୟାସ ଗ୍ରହଣ କରିଥିଲେ । ତେବେ 1983 ବିଶ୍ବକପକୁ ଜିତିବାରେ ୟଶପାଲଙ୍କ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ଶର୍ମାଙ୍କ ବିୟାଗରେ ଏକ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେବା ସମୟରେ କାନ୍ଦି ପକାଇଲେ 1983 ବିଶ୍ବକପ୍ ବିଜୟୀ ଅଧିନାୟକ କପିଳ ଦେବ ।
ୟଶପାଲ ଶର୍ମା ଭାରତ ପାଇଁ ମୋଟ 37 ଟି ଟେଷ୍ଟ ମ୍ୟାଚ୍ 1606 ରନ୍ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର 140 ରନ୍ ଥିଲା। ସେହିପରି 42ଟି ଦିନିକିଆ ଖେଳି 883ରନ୍ କରିଥିଲେ । ୟଶପାଲ ଶର୍ମା 2003-06 ମସିହା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ଚୟନକର୍ତ୍ତା ଭାବେ ଦାୟିତ୍ବ ତୁଲାଇଥିଲେ ।