ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଗତ ଦୁଇ ଦିନ ହେବ ସଂକ୍ରମଣ ସଂଖ୍ୟା ଦୁଇ ହଜାର ତଳକୁ ଆସିଛି । ପଜିଟିଭ୍ ହାର ଅର୍ଥାତ ପରୀକ୍ଷା ତୁଳନାରେ ସଂକ୍ରମଣ ତଳମୁହାଁ ହୋଇଛି । ୨.୭୪% କୁ କମିଛି ପଜିଟିଭ୍ ହାର । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଆଉ ୧୯୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୧୭ କ୍ଵାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ୮୧୩ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୩ ହଜାର ୬୭୫ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୩୧ ଜଣ ବାହାରିଥିବା ବେଳେ କଟକରୁ ୨୨୦ ଜଣ, ବାଲେଶ୍ବରରୁ ୧୩୪ ଜଣ, ଯାଜପୁରରୁ ୧୨୫ ଜଣ, କେନ୍ଦ୍ରାପଡ଼ାରୁ ୧୨୩ ଜଣ, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରୁ ୯୮ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୯୪ ଜଣ, ଜଗତସିଂହପୁରରୁ ୭୫ ଜଣ, ଢ଼େଙ୍କାନାଳରୁ ୬୨ ଜଣ, ନୟାଗଡ଼ରୁ ୫୮ ଜଣ,ଅନୁଗୁଳରୁ ୫୦ ଜଣ,କେନ୍ଦୁଝରରୁ ୪୮ ଜର, ରାୟଗଡ଼ାରୁ ୩୮ ଜଣ, ମାଲାକାନଗିରିରୁ ୨୮ ଜଣ, କନ୍ଧମାଳଓ ପୁରୀ ଜିଲ୍ଲାରୁ ୨୭ ଜଣ ଲେଖାଏଁ, ସମ୍ବଲପୁରରୁ ୨୫ ଜଣ, ଗଞ୍ଜାମରୁ ୧୭ ଜଣ, ଝାରସୁଗୁଡ଼ାରୁ ୧୬ ଜଣ, କୋରାପୁଟରୁ ୧୪ ଜଣ, ବରଗଡ଼ରୁ ୧୨ ଜଣ,ଦେବଗଡ଼ରୁ ୮ ଜଣ,କଳାହାଣ୍ଡିରୁ ୭ ଜଣ, ନବରଙ୍ଗପୁର ଓ ସୋନପୁର ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଜପତିରୁ ୪ ଜଣ, ବୌଦ୍ଧରୁ ୩ ଜଣ, ନୂଆପଡ଼ାରୁ ୨ ଜଣ, ବଲାଙ୍ଗୀରୁ ଜଣେ ଏବଂ ଷ୍ଟେଟ୍ ପୋଲ୍ରୁ ୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।