ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧିନକେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର ।ଯେଉଁମାନେ ନିଜର ଗୃହ ନିର୍ମାଣ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ସରକାର ସୁଲଭ ମୂଲ୍ୟରେ ଯୋଗାଇବେ ପାଣ୍ଠି । ତେବେ ସରକାରଙ୍କ ଏହି ସ୍କିମ୍ ହାଉସ୍ ବିଲିଡଂ ଆଡଭାନ୍ସ ନାମରେ ପରିଚିତ ।ଏହି ସ୍କିମ୍ ମାର୍ଚ୍ଚ 2022 ଯାଏଁ ଉପଲବ୍ଧ ରହିଛି ।ଅର୍ଥାତ୍ ମାତ୍ର 7.9 ପ୍ରତିଶତ ସୁଧ ହାରରେ ଗୃହ ନିର୍ମାଣ ପାଇଁ ପଇସା ନେଇପାରିବେ । ସମ୍ପ୍ରତି, ସପ୍ତମ ବେତନ ଆୟୋଗକୁ ଧ୍ୟାନରେ ରଖି ଗୃହ ନିର୍ମାଣ ଆଡଭାନ୍ସରେ ମଧ୍ୟ ସଂଶୋଧନ କରାଯାଇଥିଲା ।
ଯଦି ପୂର୍ବରୁ ଘର ନିର୍ମାଣ ହୋଇସାରିଛି ଏବଂ ଏହାକୁ ନବୀକରଣ କରିବାକୁ ଚାହୁଁଛ, ତେବେ ଏଥିପାଇଁ ଏହି ଅଗ୍ରୀମ ସର୍ବାଧିକ ୧୦ଲକ୍ଷ ଟଙ୍କା, ମୌଳିକ(Basic) ବେତନର 34ଗୁଣ ଏବଂ ଘରର ସମ୍ପ୍ରସାରଣ ମୂଲ୍ୟରେ ସର୍ବନିମ୍ନ ରାଶି ପ୍ରଦାନ କରାଯିବ । ତେବେ ଏହି ଋଣର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ସମୁଦାୟ ୨୦ ବର୍ଷ ମଧ୍ୟରେ ଅଗ୍ରୀମ ପରିଶୋଧ କରାଯିବ । ଆପଣ ପ୍ରଥମ ୧୫ ବର୍ଷରେ ଅର୍ଥାତ୍ ୧୮୦ EMI ରେ ପ୍ରିନ୍ସିପାଲ୍ ଆମାଉଣ୍ଟ ଦେବେ । ତେବେ ପରବର୍ତ୍ତୀ ୫ ବର୍ଷରେ ଏହି ସୁଧ ପ୍ରଦାନ କରାଯିବ । ତେଣୁ ଘର ନିର୍ମାଣ ଅଗ୍ରୀମ ଉପରେ ନେଟ୍ ରିଟର୍ନ ବହୁତ କମ୍ ଅଟେ ।