ସନଷ୍ଟାର ଟିଭି ବ୍ୟୁରୋ

ବାରିପଦା:ଏପରି ଭି ଆସିପାରେ ମୃତ୍ୟୁ । ବର୍ଷା ହେଉଥିବାରୁ ବର୍ଷାରୁ ରକ୍ଷା ପାଇବା ପାଇଁ ଗଛ ତଳେ ଆଶ୍ରୟ ନେଇଥିଲେ ୩ ଜଣ ନାବାଳକ ,ହେଲେ ବଜ୍ରପାତ ସାଜିଲା କାଳ। ବର୍ଷା ସହ ଭୟଙ୍କର ବଜ୍ରପାତ ହେଉଥିବାରୁ ଯୋଗୁଁ ୩ ନାବାଳକଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ବାରିପଦାର ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୁଆଶୋଳ ଗାଁରେ ।
ସୂଚନା ମୁତାବକ, ୩ ନାବାଳକ ଛେଳି ଚରାଇବାକୁ ଯାଇଥିଲେ । ସେହି ସମୟରେ ଲଗାତାର ବର୍ଷା ଏବଂ ବଜ୍ରପାତ ହୋଇଥିଲା । ବର୍ଷା ହେବାରୁ ୩ ଜଣ ଗଛ ତଳେ ଆଶ୍ରୟ ନେଇଥିଲେ । କିନ୍ତୁ ଭାଗ୍ୟର ବିଡାମ୍ବନା ଯେଉଁ ଗଛ ତଳେ ଆଶ୍ରୟ ନେଇଥିଲେ ସେହି ଗଛ ଉପରେ ବଜ୍ର ପଡ଼ିବାରୁ ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ୩ ଜଣ ନାବାଳକଙ୍କ ସହ ୧୮ଟି ଛେଳି ମଧ୍ୟ ମରିଯାଇଥିବା ସୂଚନା ମିଳିଛି।