ସନଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ୱର :ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିରୁ ଆଜି ଉତ୍କ୍ଷେପଣ ହୋଇଛି ମିସାଇଲ ‘ବ୍ରହ୍ମୋସ’। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୬୫୦ରୁ ୮୦୦ କିଲୋମିଟର। ଏହା ଦୁନିଆର ଦ୍ରୁତତମ ସୁପରସୋନିକ୍ କ୍ଷେପଣାସ୍ତ୍ର ଭାବରେ ବିବେଚନା କରାଯାଏ ଯାହା ଶବ୍ଦର ବେଗରୁ 2.8 ଗୁଣ ଗତି ହାସଲ କରିପାରିବ |
ଏହି କ୍ଷେପଣାସ୍ତ୍ରଟି ବୁଡ଼ାଜାହାଜ, ଜାହାଜ, ବିମାନ କିମ୍ବା ସ୍ଥଳ ଭିତ୍ତିକ ପ୍ଲାଟଫର୍ମରୁ ଉତକ୍ଷେପଣ କରାଯାଇପାରିବ । ଏହାର ୨ରୁ ୩ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଭାରତ ଓ ରୁଷିଆର ମିଳିତ ସହଯୋଗରେ ‘ବ୍ରହ୍ମୋସ’ ନିର୍ମିତ ହୋଇଛି। ଏହାକୁ ସ୍ଥଳ, ବାୟୁ ଏବଂ ନୌସେନାରେ ସାମିଲ କରାଯାଇଛି।
ଭାରତର ବ୍ରହ୍ମପୁତ୍ର ଏବଂ ୠଷିଆର ମସ୍କୋଭା ନାମକ ଦୁଇଟି ନଦୀ ନାମରେ ନାମିତ ଏହି କ୍ଷେପଣାସ୍ତ୍ରକୁ ବ୍ରାହ୍ମୋସ୍ ଏରୋସ୍ପେସ୍, ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏବଂ ୠଷିଆର NPO ମାସିନୋଷ୍ଟ୍ରୋଏନିଆ (NPOM) ମଧ୍ୟରେ ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି।